The Topmost

“The eyes believe themselves, the ears believe other people.”

ସହିଦଙ୍କୁ ସମ୍ମାନ ଜଣାଇ ଇଫତାର ପାଳିବେନି ପୁଞ୍ଚବାସୀ

ସହିଦଙ୍କୁ ସମ୍ମାନ ଜଣାଇ ଇଫତାର ପାଳିବେନି ପୁଞ୍ଚବାସୀ । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରିୟ ରାଇଫଲ୍ସର ଯବାନମାନେ ଏପ୍ରିଲ ୨୦ ସନ୍ଧ୍ୟାରେ ବିଭିନ୍ନ ଅଂଚଳରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲେ । ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ସେନା ଏପରି ଇଫତାର ପାର୍ଟିର ଆୟୋଜନ କରିଛି । ହେଲେ ଗୁରୁବାର ସଂଧ୍ୟାରେ ଆତଙ୍କୀ ହମଲାରେ ଓଡିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ସହ ସହିଦ ହୋଇଛନ୍ତି ପଞ୍ଜାବର ୪ ବୀର ଯବାନ । ଏହା ପରେ ପୁଞ୍ଚର ଗାଁର ଲୋକମାନେ ଶୋକ ପାଳନ କରୁଥିବା ସୂଚନା ରହିଛି । ଆଉ ଇଦ୍ ପାଳନ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି । ଗାଁ ଲୋକଙ୍କ ସହ ସେନା ଇଫତାର ପାର୍ଟି ପାଳନ କରିବାକୁ ନାପସନ୍ଦ କରିଛି ଆତଙ୍କବାଦୀ ।