February 12, 2026

ରବର୍ଟ ଭଦ୍ରାଙ୍କୁ ମିଳିନି କ୍ଲିନ୍ ଚିଟ୍

ରବର୍ଟ ଭଦ୍ରାଙ୍କୁ ମିଳିନି କୌଣସି କ୍ଲିନ୍-ଚିଟ୍ ।  ସ୍କାଏଲାଇଟ୍‌ ହସ୍ପିଟାଲିଟି ଏବଂ ଡିଏଲ୍‌ଏଫ୍‌ ୟୁନିଭର୍ସାଲ ଲିମିଟେଡ୍‌ ମଧ୍ୟରେ ଜମି ହସ୍ତାନ୍ତର ଘଟଣାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ପକ୍ଷରୁ କୌଣସି ’କ୍ଲିନ୍‌-ଚିଟ୍‌’ ଦିଆଯାଇ ନାହିଁ। ପୋଲିସ ବିଭାଗର ଜଣେ ବରିଷ୍ଠ ମୁଖପାତ୍ର କହିଛନ୍ତି ଯେ ଏବେବି ମାମଲାର ସକ୍ରିୟ ତଦନ୍ତ ଚାଲିଛି। ଏସଆଇଟି ଏବେ ବି ଅଧିକ ପ୍ରାସଙ୍ଗିକ କାଗଜପତ୍ର ହାସଲ କରିବା ସହ ମାମଲା ସହ ଜଡ଼ିତ ଅନେକ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି। ଏହି ମାମଲାରେ ଏସଆଇଟିର ତଦନ୍ତର ଲକ୍ଷ୍ୟ କେବଳ ରାଜସ୍ୱ ହାନିର ତଦନ୍ତରେ ସୀମିତ ନୁହେଁ, ବରଂ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅଧିକ ଆର୍ଥିକ ଲାଭ ଦେବା ଉଦ୍ଦେଶ୍ୟରେ ଅପରାଧିକ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଖୋଜି ବାହାର କରିବା ଏବଂ ଅଣହସ୍ତକ୍ଷେପ କାରବାରରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ପଦାରେ ପକାଇବା ଏହି ତଦନ୍ତର ଲକ୍ଷ୍ୟ ବୋଲି ମୁଖପାତ୍ର ଏକ ବିବୃତିରେ କହିଛନ୍ତି।

SHARE BY