The Topmost

“The eyes believe themselves, the ears believe other people.”

ଗାଏବ ହୋଇଗଲା ବ୍ଲୁଟିକ୍

ଭେରିଫାଏଡ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର । ବଡ଼ ବଡ଼ ସେଲିବ୍ରିଟି, ରାଜନେତା, ସ୍ପୋର୍ଟ୍ସମ୍ୟାନ୍‌ଙ୍କ ଆକାଉଣ୍ଟରୁ ଗାଏବ ହୋଇ ଯାଇଛି ବ୍ଲୁ ଟିକ୍‌ । ଟ୍ୱିଟର ବସ୍‌ ଏଲନ୍‌ ମସ୍କଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତକାଲି ରାତିରୁ ଆରମ୍ଭ ହୋଇଛି ଏହି ଅଭିଯାନ। ଦେଶର ବଡ଼ ବଡ଼ ସେଲିବ୍ରିଟି, ରାଜନେତା, କ୍ରିକେଟରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ- ଟିକ୍ ହଟାଇ ଦେଇଛି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର । ଅମିତାଭ ବଚ୍ଚନ, କିଙ୍ଗ ଖାନ ଶାହାରୁଖଙ୍କ ସମେତ ଭାଇଜାନ ସଲମାନ, ଆଲିଆ ଭଟ୍ଟଙ୍କ ଆକାଉଣ୍ଟରୁ ବି ହଟି ଯାଇଛି ବ୍ଲୁ ଟିକ୍‌।