କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ଅନୁରୋଧ ଦଳ ରଖିନାହିଁ। ସିଦ୍ଦରମେୟାଙ୍କୁ ଦଳ ବରୁଣା ଆସନରୁ ପ୍ରାର୍ଥୀ କରିଛି। ସିଦ୍ଦରମେୟା ବରୁଣା ସହ କୋଲାର ଆସନରୁ ନିର୍ବାଚନ ଲଢ଼ିବାକୁ ଚାହିଥିଲେ। ହେଲେ ଦଳ ତାଙ୍କୁ ଉକ୍ତ ଆସନରେ ଟିକେଟ ଦେଇନାହିଁ। ଅନ୍ୟପକ୍ଷେ ପୂର୍ବତନ ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଦୀ କଂଗ୍ରେସରେ ଯୋଗ ଦେବାପରେ ତାଙ୍କୁ ବେଲଗଭି ଜିଲ୍ଲାର ଅଥାନୀ ଆସନରୁ ଟିକେଟ ମିଳିଛି। ତୃତୀୟ ପ୍ରାର୍ଥୀ ତାଲିକାରେ ଦଳ ୧୬ ନୂଆ ମୁହଁକୁ ସୁଯୋଗ ଦେଇଛି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ