The Topmost

“The eyes believe themselves, the ears believe other people.”

ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ସଂଘର୍ଷ

ଅଶାନ୍ତ ସୁଦାନ । ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ସଂଘର୍ଷ ତୀବ୍ର ଆକାର ଧାରଣ କରିଛି । ହିଂସାରେ ୫୬ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଡାଲ ଗ୍ରୁପ କମ୍ପାନୀରେ କାର୍ଯ୍ୟରତ ଆଲବର୍ଟ ଅଗଷ୍ଟାଇନ । ଖାର୍ଟୁମରେ ସବୁଠାରୁ ତୀବ୍ର ଆକାର ଧାରଣ କରିଛି ହିଂସା । ସୁଦାନରୁ ସାଉଦି ଆରବ ଅଭିମୁଖେ ଯିବା ଲାଗି ଉଡାଣ ଆରମ୍ଭ କରିଥିବା ଏୟାରବସ୍ ଏ୩୩୦ ଉପରେ ବି ହୋଇଛି ଆକ୍ରମଣ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର । ସେପଟେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ସୁଦାନ ଅଭିମୁଖୀ ବିମାନଗୁଡିକୁ ଫେରାଇ ନିଆଯାଇଛି । ବିଶ୍ବର ସବୁଠାରୁ ଦରିଦ୍ର ରାଷ୍ଟ୍ର ଭାବେ ପରିଗଣିତ ସୁଡାନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଷ୍ଟ୍ରପତି ଭବନ ଓ ଖାର୍ଟୁମ ବିମାନ ବନ୍ଦରକୁ ଅର୍ଦ୍ଧସାମରିକ ବାହିନୀ ନିଜ କବଜାକୁ ନେଇଥିବା ସୂଚନା ମିଳିଛି ।