ବଦଳିବ କି ବିହାର ସମୀକରଣ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ ସମସ୍ତ ବିରୋଧୀ ଦଳକୁ ଏକାଠି କରିବାରେ ଲାଗିଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆମ୍ ଆଦମୀ ପାର୍ଟି ର ଆବାହକ ଅରବିନ୍ଦ କେଜ୍ରିୱାଲ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କସବାଦୀର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି । କିନ୍ତୁ ଗୋଟିଏ ପଟେ ସେ ବିରୋଧୀଙ୍କୁ ଏକାଠି କରୁଥିବାବେଳେ ସେପଟେ ତାଙ୍କ ସରକାରରେ ମହଯୋଗୀ ଜିତନରାମ ମାଝି ଅମିତ ଶାହାଙ୍କୁ ଭେଟିଲେଣି । ବିହାରର ଶାସକ ମହାମେଣ୍ଟରେ ସାମିଲ ଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ସେକ୍ୟୁଲାର) ମୁଖ୍ୟ ଜିତନ ରାମ ମାଝୀ  ଗୁରବାରଦିନ ନୂଆଦିଲ୍ଲୀ ଯାଇ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ମାଝୀ ଶିବିର ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏବେ ପ୍ରଶ୍ନ ଉଠୁଛି ବିହାରରେ ପୁଣି ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି କି?

SHARE BY