ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ ଖୋଲାଯିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । ଏହା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ରହିଛି । ବିଦେଶରେ ଓଡିଶାର ଭାଷା, ସଂସ୍କୃତି ଓ ଐତିହ୍ୟ ପ୍ରଚାର ଦିଗରେ ଏହା କାମ କରିବ । ରାଜ୍ୟ ଯୋଜନା ଅର୍ନ୍ତଭୁକ୍ତ କୃଷକ ସଙ୍ଗଠନ ଗୁଡିକୁ ସହାୟତା ଉଦ୍ଦେଶ୍ୟରେ ଆଗାମୀ ୫ବର୍ଷ ପାଇଁ ୩୧୩କୋଟି ୬୧ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ହଜାରରୁ ଉର୍ଦ୍ଧ୍ୱ କୃଷକ ଉତ୍ପାଦକ ସଙ୍ଗଠନ ୩ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରି ଋଣ ସଂଯୋଗୀକରଣ, ଆର୍ଥିକ ବୈଷୟିକ ଓ ଭିତ୍ତିଭୂମି ସହାୟତା ସହ ଏକତ୍ରିକରଣ ଓ ବଜାର ସଂଯୋଗୀକରଣ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ ।
More Stories
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ
ସୁଭଦ୍ରା ପୋର୍ଟାଲରେ ବାହାରିଲା ଅଯୋଗ୍ୟ ଲିଷ୍ଟ, କିଏ ଦେଇଛି ବାଦ୍
ବାତ୍ୟା ବାଲେଶ୍ବରରେ କରିପାରେ ଲ୍ୟାଣ୍ଡଫଲ୍, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା