ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ UPSCରେ ନିଯୁକ୍ତି ପାଉଥିବା ଅଧିକାରୀଙ୍କୁ ଡକାୟତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଭିଭାଷଣରେ ବିଶ୍ବେଶ୍ବର କହିଛନ୍ତି ଯେ, ମୁଁ ଦିଲ୍ଲୀରେ ଯେଉଁଠି ରହୁଛି, ତା’ର ପଛପଟେ ୟୁପିଏସସି ଭବନ ରହିଛି । ସେଠାରେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ । ସେ ଭବନରେ ହେଉଥିବା କାର୍ଯ୍ୟକଳାପକୁ ଦେଖି ମୁଁ ଜାଣିଲି, ସର୍ବଭାରତୀୟ ସ୍ତରର ଅଧିକାରୀ ହେଉଛନ୍ତି ସବୁଠୁ ବଡ଼ ଡକାୟତ । ପୂର୍ବରୁ ସର୍ବଭାରତୀୟ ଅଧିକାରୀଙ୍କ ପ୍ରତି ମୋର ଏକ ଭିନ୍ନ ଧାରଣା ଥିଲା । ସେମାନଙ୍କୁ ଜ୍ଞାନୀ ବୋଲି ମୁଁ ଭାବୁଥିଲି । କିନ୍ତୁ ଏବେ ଭାବୁଛି ସେମାନେ ବଡ଼ ଡକାୟତ ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ