The Topmost

“The eyes believe themselves, the ears believe other people.”

ଆଦାନୀ ଗ୍ରୁପକୁ ଶରଦ ପାୱାରଙ୍କ ସମର୍ଥନ

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ପାଇଁ ବାରମ୍ବାର କଂଗ୍ରେସ ସମେତ ବିରୋଧୀ ଦାବି କରିଆସୁଛନ୍ତି । କିନ୍ତୁ ଏନସିପି ସୁପ୍ରିମୋ ଶରଦ ପାୱାର ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ଶରଦ ପାୱାର ଆଦାନୀ ଗ୍ରୁପକୁ ସମର୍ଥନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଏହି ମାମଲାରେ କୌଣସି ପ୍ରକାରର ତଦନ୍ତର ଆବଶ୍ୟକ ନାହିଁ । ଏନସିପି ମୁଖ୍ୟ କହିଛନ୍ତି, ପୂର୍ବରୁ ମଧ୍ୟ ଏଭଳି ପ୍ରସଙ୍ଗ ଉଠିଛି, କିନ୍ତୁ ଏଥର ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏକ ସାକ୍ଷାତକାରରେ ଶରଦ ପାୱାର ଏଭଳି ବୟାନ ଦେଇଛନ୍ତି । ଆଦାନୀ ଗ୍ରୁପ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ପାୱାର ଗୌତମ ଆଦାନୀଙ୍କୁ ସମର୍ଥନ କରି କହିଛନ୍ତି, ଏକ ଶିଳ୍ପସଂସ୍ଥାକୁ ଟାର୍ଗେଟ୍ କରାଯାଉଛି । ଏନସିପି ମୁଖ୍ୟ ଆହୁରି କହିଛନ୍ତି, ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ସମ୍ପୂର୍ଣ୍ଣ ବ୍ୟର୍ଥ । ହିଣ୍ଡେନବର୍ଗ ରିପୋର୍ଟରୁ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆମେ କେବେବି ହିଣ୍ଡେନବର୍ଗ ବିଷୟରେ ଶୁଣିବାକୁ ପାଇନାହୁଁ ।

SHARE BY