The Topmost

“The eyes believe themselves, the ears believe other people.”

ପୁଣି ଫେରିଲା ମାସ୍କ କଟକଣା

ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୈନିକ ୩ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଯେଉଁଥିରୁ ଦିଲ୍ଲୀ-ଏନସିଆରରୁ ଦୈନିକ ୫୦୦ କେସ୍ ବାହାରୁଥିବା ଜଣାପଡିଛି। ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ବିଭିନ୍ନ ରାଜ୍ୟରେ କଟକଣା ଲାଗିବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ହରିଆଣାରେ ୧୦୦ରୁ ଉର୍ଦ୍ଧ୍ୱ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଏନେଇ ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି, ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମହାରାଷ୍ଟ୍ରର ସମସ୍ତ ସରକାରୀ ଅଫିସ୍, କଲେଜ ଓ ବ୍ୟାଙ୍କ ଗୁଡିକରେ ମାସ୍କ ପରିଧାନ ଜରୁରୀ ହୋଇଛି । ତାମିଲନାଡୁ ସରକାର ମଧ୍ୟ ମାସ୍କ ବ୍ୟବହାରକୁ ଜରୁରୀ କରିଥିବା ବେଳେ ଏପ୍ରିଲ୍ ୧ରୁ ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀରେ କିନ୍ତୁ ଏଯାବତ୍ କୌଣସି ନିଷ୍ପତ୍ତି ହୋଇନାହିଁ । ଯଦି କୋଭିଡ ମାମଲା ନିୟନ୍ତ୍ରଣ ନ ହୁଏ ତାହେଲେ ମାସ୍କ ଓ କଟକଣା ଖୁବଶୀଘ୍ର ଲାଗୁ ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।