ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । ମିଲାହା ରାସ୍ ଲାଫନ୍ ନାମକ ଜାହାଜ ସିଏନଜି ନେଇ ପ୍ରଥମ ଥର ପାଇଁ ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି । ଧାମରା ବନ୍ଦରରେ ଏଲଏନଜି ଗ୍ୟାସ୍ ଆମଦାନୀ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି । ଏହି ଏଲଏନଜି ସାର କାରଖାନାରେ ବ୍ୟବହୃତ ହେବା ସହ ଏହି ଗ୍ୟାସକୁ ବିଶୋଧିତ କରାଯାଇ ପ୍ରାକୃତିକ ଗ୍ୟାସ୍ ଏବଂ ରୋଷେଇ ଗ୍ୟାସ୍ ମଧ୍ୟ ତିଆରି କରାଯାଇ ପାରିବ । ଏହି ଗ୍ୟାସ୍ ଟର୍ମିନାଲ ପ୍ରଥମେ ୨.୨ ମିଲିୟନ ଟନରୁ ୨.୩ ମିଲିୟନ ଟନ୍ କ୍ଷମତାରେ କାର୍ଯ୍ୟ କରିବା ପରେ ଏହା ୫ ମିଲିୟନ ଟନ୍ କ୍ଷମତାକୁ ବୃଦ୍ଧି କରାଯିବ। ଗ୍ୟାସ୍ ବୋଝେଇ ଜାହାଜ ଧାମରା ବନ୍ଦରରେ ପହଞ୍ଚିବା ପରେ ନିକଟ ଗ୍ରାମରେ ସତର୍କତା ପାଇଁ ରୋଷେଇ ନ କରିବାକୁ ସୂଚନା ଦିଆଯାଇଛି । ଧାମରା ବନ୍ଦର ପକ୍ଷରୁ ୫ ଦିନ ବ୍ୟାପୀ ରନ୍ଧା ଖାଦ୍ୟ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବ
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ