ବାୟୁ ଚଳାଚଳ ଜନିତ ଅନିୟମିତତାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । ଏନେଇ ମଧ୍ୟାହ୍ନରେ ତାତି ସହ ଅପରାହ୍ନରେ ବର୍ଷା ଅନୁଭୂତ ହେଉଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୮ ତାରିଖରେ ବର୍ଷାର ପରିମାଣ ସହ ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ