ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରୁ ଚିତା ଫେରାର । ପାର୍କ ଠାରୁ ୨୦ କିଲୋମିଟର ଦୂର ଗାଁ ନିକଟରେ ତାକୁ ଠାବ କରାଯାଇଛି । ଏପରିକି ଚିତାଟି ଗାଁରେ ଏକ ଗାଈକୁ ମଧ୍ୟ ଶିକାର କରିଛି । ଚିତା ଭୟରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଚିତା ଦେହରେ ଲାଗିଥିବା ରେଡିଓ କଲାରରୁ ଜଣାପଡ଼ିବା ପରେ ଜଙ୍ଗଲ ବିଭାଗ ଓ ଚିତା ମିତ୍ରମାନେ ଗାଁରେ ପହଞ୍ଚିଛନ୍ତି । ଏହି ଟିମରେ ପ୍ରାୟ ୫୦ ଜଣ ଅଧିକାରୀ, ବିଶେଷଜ୍ଞ, ଡାକ୍ତର ଓ କର୍ମଚାରୀ ଅଛନ୍ତି । ସେମାନେ ଚିତାକୁ ପାର୍କକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ପ୍ରଥମେ ତାକୁ ମାଂସରେ ନିଶା ଔଷଧ ମିଶାଇ ବେହୋସ୍ କରାଯିବା ପରେ ପାର୍କକୁ ଫେରାଇ ଅଣାଯିବ । ସେଥିପାଇଁ ଗାଁ ଆଖପାଖରେ ନିଶା ଔଷଧ ମିଶା ମାଂସ ଫିଙ୍ଗା ଯାଉଛି । ନହେଲେ ଟ୍ରାଙ୍କୁଲାଇଜ୍ କରାଯାଇ ପିଞ୍ଜରାରେ ପୁଣି ପାର୍କକୁ ଫେରାଇ ଅଣାଯିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍