The Topmost

“The eyes believe themselves, the ears believe other people.”

ଦେଶରେ ବଢୁଛି ବେରୋଜଗାରୀ ହାର

ଦେଶରେ ବେରୋଜଗାରୀ ହାର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ମାସରେ ବେରୋଜଗାରୀ ଦର ୭.୮୦ ପ୍ରତିଶତରେ ପହଂଚିଛି । ଏହା ବିଗତ ୩ମାସ ମଧ୍ୟରେ ସର୍ବାଧିକ ବୋଲି କୁହାଯାଇଛି । ଫେବୃଆରୀ ମାସରେ ଏହି ବେରୋଜଗାରୀ ଦର ୭.୪୫ ପଅତିଶତ ରହିଥିଲା । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ତରଫରୁ ଶନିବାର ଦିନ ବେରୋଜଗାରୀ ଦର ବାବଦରେ ସୂଚନା ଦେିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ମୁତାବକ ମାର୍ଚ୍ଚ ମାସରେ ସହରୀ ବେରୋଜଗାରୀ ଦର ଫେବୃଆରୀ ମାସରେ ୭.୯୩ ପ୍ରତିଶତ ଥିବା ବେଳେ ମାର୍ଚ୍ଚ ମାସରେ ଏହି ହାର ୮.୫୧ ପ୍ରତିଶତରେ ପହଂଚିଛି । ହେଲେ ଗ୍ରାମୀଣ ବେରୋଜଗାରୀ ଦର ଫେବୃଆରୀମାସରେ ୭.୨୩ ପ୍ରତିଶତ ଥିବା ବେଳେ ମାର୍ଚ୍ଚମାସରେ ଏହା ବୃଦ୍ଧି ପାଇ ୭.୪୭ ପ୍ରତିଶତରେ ପହଂଚିଛି ।