ପଞ୍ଜାବୀ ଗାୟକ ସିଦ୍ଧୁ ମୋସେଓ୍ବାଲାଙ୍କ ପରି ଭୋଗିବାକୁ ପଡ଼ିବ ସମଦଶା । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ନେତା ତଥା ସାଂସଦ ସଞ୍ଜୟ ରାଓ୍ବତଙ୍କୁ ଏହି ଧମକ ଦେଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏନେଇ ଅଭିଯୋଗ କରିଛନ୍ତି ସଞ୍ଜୟ । ସଞ୍ଜୟ ରାଓ୍ବତଙ୍କୁ ଜଣେ ହିନ୍ଦୁ ବିରୋଧୀ ବୋଲି ମଧ୍ୟ କହିଛି ଗ୍ୟାଙ୍ଗ । ସଞ୍ଜୟଙ୍କ ନିକଟକୁ ଆସିଥିବା ଧମକ ମେସେଜରେ ଦର୍ଶାଯାଇଛି- ଦିଲ୍ଲୀରେ ତାଙ୍କୁ ଏକେ-୪୭ରେ ଗୁଳି କରାଯିବ । ସେଠାରେ ତାଙ୍କୁ ସିଦ୍ଧୁ ମୋସେଓ୍ବାଲାଙ୍କ ପରି ସମଦଶା ଭୋଗିବାକୁ ପଡିବ । କେବଳ ସଞ୍ଜୟ ନୁହଁନ୍ତି ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ମେସେଜରେ ଧମକ ଦିଆଯାଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଣେ ପୋଲିସ ଧରିବା ସହ ତାକୁ ମୁମ୍ବାଇ ପୋଲିସ ହାତରେ ହସ୍ତାନ୍ତର କରିଛି । ସେପଟେ ସଞ୍ଜୟ କହିଛନ୍ତି ଏକନାଥ ସିନ୍ଦେ କ୍ଷମତାକୁ ଆସିବା ପରଠାରୁ ଅନେକ ନେତାଙ୍କ ନିରାପତ୍ତାକୁ କମାଇ ଦିଆଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ