The Topmost

“The eyes believe themselves, the ears believe other people.”

ଜନତା ମୈଦାନକୁ ଦଖଲ କରିବାକୁ ଚେତାବନୀ

ଦିଲ୍ଲୀରେ ତ୍ରିରଙ୍ଗା ପତାକା ବଦଳରେ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ । ଖଲିସ୍ତାନୀ ସମର୍ଥକମାନେ ଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତୀୟ ପତାକା ବଦଳରେ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ ଦେଇଛନ୍ତି । ମୁମ୍ବାଇରୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଜଣେ ବ୍ୟକ୍ତିଙ୍କ ଫୋନରେ ଏଭଳି ମେସେଜ ଆସିଥିବା ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ୟୁନିଟ୍ ଏହି ମାମଲାର ତଦନ୍ତ ଅରମ୍ଭ କରିଛି । ଏହି ଅଡିଓରେ ଅଭିଯୁକ୍ତ ଖଲିସ୍ତାନୀ ସମର୍ଥକମାନେ ପ୍ରଗତି ମୈଦାନକୁ ନିଜ ଅକ୍ତିଆରକୁ ନେବା ସହ ଭାରତୀୟ ତ୍ରିରଙ୍ଗାକୁ ଉଚ୍ଛେଦ କରିବାକୁ ଧମକ ଦେଇଛନ୍ତି । ସେପ୍ଟେମ୍ବରରେ ପ୍ରଗତି ମୈଦାନରେ ଜି-୨୦ ବୈଠକ ଆୟୋଜନ ପାଇଁ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ଅପରପକ୍ଷେ ଅମୃତପାଲ ସିଂ ଗିରଫଦାରୀରୁ ବର୍ତ୍ତି କେଉଁଆଡେ ପଳାଇଛନ୍ତି । ତା’ର ଅନେକ ସହଯୋଗୀଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଥିଲେ ବି ଏବେଯାଏଁ ଅମୃତପାଲକୁ ଗିରଫ କରାଯାଇପାରିନାହିଁ ।