ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲାରେ ଡିସିପି ପ୍ରତୀକ ସିଂଙ୍କ ପ୍ରେସମିଟ । ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ଅକ୍ଷୟଙ୍କ ଭଲପାଇବା କାହାଣୀରେ ଅନଲାଇନ କମ୍ୟୁନିକେସନ ସମ୍ପୃକ୍ତ ଥିବାରୁ ଟେକ୍ନିକାଲ ଟିମର ସହଯୋଗ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ପ୍ରତ୍ୟେକ ଲୋକଙ୍କୁ ତଦନ୍ତ କରାଯାଉଛି ଏବଂ ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଡସିପି ।ସେପଟେ ଖାରବେଳ ନଗର ଥାନାରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ ପହଞ୍ଚି ଆଜେକ୍ସ ଓ ତାଙ୍କ ପ୍ରେମିକାଙ୍କ ମୋବାଇଲ ଓ ଇମେଲକୁ ଯାଞ୍ଚ କରୁଛି । ଡ଼ିଲିଟ ହୋଇଥିବା ମେସେଜ ଓ ଚାଟକୁ ରିଟ୍ରାଇଭ କରିବା ଜାରି ରଖିଛି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି