ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଦୁଇ ଦିନିଆ ଭାରତ ଗସ୍ତ ସାରି ଫେରିବା ପରେ ସେ ହଠାତ୍ ୟୁକ୍ରେନରେ ପହଂଚିଛନ୍ତି । ୟୁକ୍ରେନରେ ଫୁମିଓ କିଶିଦାଙ୍କ ହଠାତ ଗସ୍ତ ହେତୁ ଏକ ବିଶ୍ୱସ୍ତରୀୟ ଚର୍ଚ୍ଚା ଆରମ୍ଭ ହୋଇଛି । କିଶିଦାଙ୍କ ୟୁକ୍ରେନ ଗସ୍ତ ଯେଉଁ ସମୟରେ ଘଟିଛି ଯେତେବେଳେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷରେ ପହଂଚିଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ । ଭାରତରୁ ଜାପାନକୁ ଫେରିବା ପରିବର୍ତ୍ତେ ସେ ୟୁକ୍ରେନକୁ ନିଜ ବିମାନ ନେଇଥିଲେ । ପ୍ରଥମ ଥର ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଯୁଦ୍ଧ ଦେଶ ପରିଦର୍ଶନ କରିଛନ୍ତି । ତେବେ ଏହି ଗସ୍ତ ପଛର କାରଣ କଣ ହୋଇପାରେ ସେନେଇ ସବୁଠି ଚାଲିଛି ଚର୍ଚ୍ଚା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ