ବିଧାନସଭାରେ ବିରୋଧିଙ୍କ ଉପରେ ସିଧା ହମଲା କରିଥିଲେ ମୁଖ୍ୟମନ୍ତ୍ରୀ । ଶାଣିତ ସ୍ୱରରେ ତଗଡ଼ା ଜବାବ ରଖି ନବୀନ ବିରୋଧିଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ ମଧ୍ୟ କରିଥିଲେ । ଯଦି ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ ତେବେ ଦେଶର ସବୁଠୁ ଅଧିକ ପୁଞ୍ଜି ଆମ ରାଜ୍ୟକୁ କେମିତି ଆସିଲା ? ବିରୋଧି କେବଳ ହୀନ ରାଜନୈତିକ ସଂକୀର୍ଣ୍ଣତାର ଗଣ୍ଢିରେ ବଞ୍ଚୁଛନ୍ତି । ଆଇନ ଶୃଙ୍ଖଳା ଓଡ଼ିଶାରେ ବିଗିଡି ଯାଇଛି କହିବାର ଅର୍ଥ, ଶାନ୍ତି ପ୍ରିୟ ଓଡ଼ିଆଙ୍କୁ ଅପମାନ ଓ ଅସମ୍ମାନ । ଏହାକୁ ବିରୋଧି ଦଳ ଓ ବିରୋଧି ଦଳର ନେତା ଭୁଲି ଯାଆନ୍ତୁ ନାହିଁ ବୋଲି ସତର୍କ କରାଇଥିଲେ ନବୀନ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍