February 12, 2026

ଅମୃତପାଲ୍‌ ସିଂହଙ୍କ ଉପରେ ଚଢ଼ଉ ଘଟଣା ବିପକ୍ଷରେ ପ୍ରତିବାଦ କରି ପ୍ରଦର୍ଶନ କରୁଥିବା ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ୍‌ସ୍ଥିତ ‘ଇଣ୍ଡିଆ ହାଇକମିସନ୍‌ ବିଲ୍‌ଡିଙ୍ଗ୍‌’ ବାହାରେ ଉଡୁଥିବା ତ୍ରିରଙ୍ଗ ପତାକାକୁ ଅବତରଣ କରାଇବାର କିଛି ସମୟ ପରେ ସେଠାରେ ଭାରତ ଆଗ ଅପେକ୍ଷା ଯଥେଷ୍ଟ ବଡ଼ ତ୍ରିରଙ୍ଗା ଲଗାଇଛି। ଗୋଟାଏ ବଡ ଜାତୀୟ ପତାକା ଲଣ୍ଡନ୍‌ର ଅଲ୍‌ଡ୍‌ୱିଚ୍‌ ସ୍ଥିତ ‘ଇଣ୍ଡିଆ ହାଉସ୍‌’ର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବ୍ୟାପିଥିବାର ଫଟୋ ସମ୍ପ୍ରତି ସାମାଜିକ ଗଣମାଧ୍ୟ‌ମରେ ଭାଇରାଲ୍‌ ହେଉଛି । ଏଭଳି ପଦ‌କ୍ଷେପକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି । ଏହି ଫଟୋକୁ ‘ଟୁଇଟର୍‌’ ପୋଷ୍ଟ୍‌ରେ ସେୟାର୍‌ କରି ‘ବିଜେପି’ର ଜାତୀୟ ମୁଖପାତ୍ର ଜୟବୀର ଶେର୍ଗିଲ୍‌ କହିଛନ୍ତି, ‘ଝଣ୍ଡା ଉଁଚା ରହେ ହମାରା’।

SHARE BY