ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ସ୍ଥାନ ପାଲଟିଛି ରାଜଧାନୀ ଦିଲ୍ଲୀ । କିଛିଦିନ ତଳେ ଦିଲ୍ଲୀରେ ଶ୍ରଦ୍ଧା ୱାଲେକର ହତ୍ୟାକାଣ୍ଡ ମାମଲା ମନରୁ ଲିଭି ନଥିବା ବେଳେ ପୁଣି ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଥର ମହିଳା ଜଣଙ୍କୁ ହତ୍ୟା କରାଯାଇ ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ପିଲିଥିନରେ ପୁରାଇ କେହି ପକାଇ ଦେଇଯାଇଛି । ସୂଚନା ମୁତାବକ ଦିଲ୍ଲୀର ସରାୟ କାଲେ ଖାଁ ଅଞ୍ଚଳରେ ଥିବା ସନଲାଇଟ୍ କଲୋନୀ ନିକଟରେ ଏକ ପଲିଥିନ ଭିତରେ କିଛି ଥିବା ଓ ଏଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଲିଥିନ ଖୋଲିବାରୁ ସେଥିରେ ଜଣେ ମହିଳାଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଛି । କେହି ମହିଳା ଜଣଙ୍କୁ ହତ୍ୟା କରି ତାଙ୍କର ମୁଣ୍ଡ, ଅଣ୍ଟାର ତଳ ଭାଗ ଓ ହାତକୁ କାଟି ଏକ ଧଳା ପଲିଥିନ ଭିତରେ ପୁରାଇ ଏଠାରେ ପକାଇ ଦେଇଥିବା କୁହାଯାଉଛି ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ