The Topmost

“The eyes believe themselves, the ears believe other people.”

ଗଣତନ୍ତ୍ରକୁ ବିଶ୍ବାସ କରୁ ନଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ସମାଲୋଚନା । ଗଣତନ୍ତ୍ରକୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ । ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି ‘ବିଜେପି’ ଅଧ୍ୟକ୍ଷ ଜେ. ପି. ନଡ୍ଡା ଏଭଳି କହିଛନ୍ତି । ଚେନ୍ନାଇରେ ଚାଲିଥିବା ‘ବିଜେପି’ର ଯୁବ ଶାଖା ‘ଭାରତୀୟ ଜନତା ଯୁବ ମୋର୍ଚ୍ଚା’ର ‘ନ୍ୟାସ୍‌ନାଲ୍‌ ୟୋଥ୍‌ ପାର୍ଲାମେଣ୍ଟ୍‌’ ଉଦ୍‌ଘାଟନ କରି ଭର୍ଚ୍ୟୁଆଲ୍‌ ଉଦ୍‌ବୋଧନ ଦେଇ ନଡ୍ଡା କହିଛନ୍ତି, ରାହୁଲ୍‌ ଗାନ୍ଧୀ ଗଣତନ୍ତ୍ରର ସମସ୍ତ ନୈତିକତା ଅତିକ୍ରମ କରିଯାଉଛନ୍ତି । ତେଣୁ, ଗଣତାନ୍ତ୍ରିକ ପଦ୍ଧତିରେ ତାଙ୍କୁ ସମ୍ପୂର୍ଣ୍ଣ ବିଦାୟ ଦେବା ଉଚିତ । ଭାରତରେ ଗଣତନ୍ତ୍ର ବିପଦରେ ପଡ଼ିଥିବା କଥା ସେମାନେ ଜାଣନ୍ତି ନାହିଁ କହି ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାଲାଗି ରାହୁଲ୍‌ ଆମେରିକା ଓ ୟୁରୋପ ଭଳି ବିଦେଶୀ ଶକ୍ତିଙ୍କୁ ଉସୁକାଇଥିବା ଦୋଷାରୋପ କରି ନଡ୍ଡା ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ମାନସିକ ଭାବ‌େ ନଷ୍ଟ ହୋଇଯାଇଛି । ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଲଜ୍ଜାକର ମନ୍ତବ୍ୟ ଦେଇ ରାହୁଲ୍‌ ଗାନ୍ଧୀ ଖାଲି ଜାତିକୁ ଅପମାନିତ କରି ନାହାନ୍ତି, ଆମ ଦେଶରେ ହସ୍ତକ୍ଷେପ କରିବା ଲାଗି ବିଦେଶୀ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି।