ଭାରତ ଯୋଡ ଯାତ୍ରାବେଳେ ବିବାଦୀୟ ବୟାନ ଦେଇ ଫସିଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କ୍ରମରେ ଶ୍ରୀନଗର ଠାରେ ମହିଳାଙ୍କ ଉପରେ ଦେଇଥିବା ବୟାନକୁ ନେଇ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାରେ ରବିବାର ଦିନ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛି । କୁହାଯାଉଛି କି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ଓ ଡିସିପି ରାହୁଲ ଗାନ୍ଧୀଙ୍କ ବାସଭବନ ଭିତରକୁ ଯାଇଛନ୍ତି । ସୂଚନା ଅନୁସାରେ ଭାରତ ଯୋଡ ଯାତ୍ରା ବେଳେ ଶ୍ରୀନଗର ଠାରେ ରାହୁଲ ଗାନ୍ଧୀ କହିଥିଲେ କି ଆଜି ବି ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି । ଏହାକୁ ନେଇ ଦିଲ୍ଲୀ ପୋଲିସ ମାର୍ଚ୍ଚ ୧୬ ତାରିଖରେ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରି ପ୍ରଶ୍ନ ପଚାରିଥିଲା କି କେଉଁ ମହିଳା ଯୌନ ଶୋଷଣରେ ଶିକାର ହୋଇଛନ୍ତି ତାର ପ୍ରମାଣ ଦେବାକୁ । ଏହାର ସମସ୍ତ ପ୍ରମାଣ ଦିଲ୍ଲୀ ପୋଲିସ ନିକଟରେ ରଖିବାକୁ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୋଲିସ ନୋଟିସ କରିଥିଲା । ହେଲେ ଦିଲ୍ଲୀ ପୋଲିସକୁ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଜବାବ୍ ଦେଇ ନାହାଁନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ