The Topmost

“The eyes believe themselves, the ears believe other people.”

H3N2 ସଂକ୍ରମଣକୁ ନେଇ ଆଲର୍ଟରେ ସବୁ ରାଜ୍ୟ

ଦେଶରେ କାୟା ମେଲାଇଲାଣି H3N2 । ଲଗାତାର ସଂକ୍ରମଣ ବଢୁଥିବାବେଳେ ଆଲର୍ଟରେ ସବୁ ରାଜ୍ୟ । ୬ରୁ ଅଧିକ ରାଜ୍ୟରେ H3N2 ଜନିତ ସଂକ୍ରମଣ ବଢିଥିବାବେଳେ ମହାରାଷ୍ଟ୍ରରେ ହାଇଆଲର୍ଟ ଜାରି ହୋଇଛି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡୁ ଓ ଆସାମରେ ସଂକ୍ରମଣ ବଢିବାରେ ଲାଗିଛି । ମଧ୍ୟପ୍ରଦେଶ ଓ ବିହାରକୁ ବ୍ୟାପିଛି ଭାଇରସ । କେବଳ ମହାରାଷ୍ଟ୍ରରେ 352ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ H3N2ରେ ୯ଜଣଙ୍କର ମୃତ୍ୟୁ ହେଲାଣି । ସ୍ଥିତିକୁ ଦେଖି ଦିଲ୍ଲୀରେ ଜାରି ହୋଇଛି ସ୍ବତନ୍ତ୍ର ସତର୍କତା । ସେପଟେ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି । ୪ ମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ରେକର୍ଡ ହୋଇଛି । ଆତଙ୍କିତ ନହୋଇ ଲୋକମାନେ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ।