The Topmost

“The eyes believe themselves, the ears believe other people.”

ଅମୃତପାଲ ସିଂକୁ ଧରିବାକୁ ପଞ୍ଜାବ ପୋଲିସର ଘେରାବନ୍ଦୀ

ଖଲିସ୍ତାନୀ ନେତା ଅମୃତପାଲ ସିଂକୁ ଧରିବାକୁ ପଞ୍ଜାବ ପୋଲିସର ଘେରାବନ୍ଦୀ । କଟ୍ଟରପନ୍ଥୀ ସଂଗଠନ ‘ବାରିସ ପଞ୍ଜାବ ଦେ’ର ପ୍ରମୁଖ ଅମୃତପାଲ ସିଂ । ତାଙ୍କୁ ଗିରଫ କରିବାକୁ ରାଜ୍ୟର ୭ଟି ଜିଲ୍ଲାରେ ପୋଲିସ ଘେରାବନ୍ଦୀ କରିଛି । ଜଳନ୍ଧରର ସାହକୋଟ ଗାଁ ମହେତପୁର ନିକଟରେ ଅମୃତପାଲ ସିଂ ଓ ତାଙ୍କ ସାଥୀମାନଙ୍କୁ ନଜରବନ୍ଦୀରେ ରଖିଛି ପୋଲିସ । ଅମୃତପାଲ ସିଂ ସାହାକୋଟ ଆସିବା ପୂର୍ବରୁ ପୋଲିସକୁ ସୂଚନା ମଳିଯାଇଥିଲା । ଫଳରେ ପ୍ରଥମରୁ ମୋଗା ପୋଲିସ ତରଫରୁ ସାହାକୋଟର ସମସ୍ତ ରାସ୍ତା ବନ୍ଦ କରି ପ୍ରହରା ଦେଉଛି । ଏହି କ୍ରମରେ ପୋଲିସ ହାତରେ ଅମୃତପାଲ ସିଂର ୬ଜଣ ସାଥୀ ଧରାପଡିଛନ୍ତି । ଅମୃତପାଲ ସିଂଙ୍କ ସମର୍ଥକମାନେ ଯେଭଳି ଭାବେ ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ପୋଷ୍ଟ କରିନପାରିବେ ଓ ଏକଜୁଟ ହୋଇ ନପାରିବେ ତାହାକୁ ନଜରରେ ରଖି ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଗତକାଲି ମଧ୍ୟରାତ୍ରରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।