ହୋମ ଗାର୍ଡଙ୍କ ପାଇଁ ଖୁସି ଖବର । ବେତନ ବୃଦ୍ଧି ଓ ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ହୋମଗାର୍ଡଙ୍କୁ ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦୈନିକ ୫୩୩ ଟଙ୍କା ପାରିଶ୍ରମିକ ଦେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ମଧ୍ୟରେ ସମସ୍ତ ବକେୟା ଦରମା ସେମାନଙ୍କୁ ଦେବା ଲାଗି ସୁପ୍ରିମକୋର୍ଟଙ୍କ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ସୁପ୍ରିମକୋର୍ଟ ବିଚାରପତି ଏମ.ଆର୍. ଶାହା ଓ ବିଚାରପତି ଏମ୍.ଏମ୍. ସୁନ୍ଦ୍ରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ହୋମଗାର୍ଡଙ୍କ ବକେୟା ଦରମା ୩ ମାସ ମଧ୍ୟରେ ପ୍ରଦାନ କରାଯିବ । ପର୍ଯ୍ୟାୟକ୍ରମେ ବିଭିନ୍ନ ସମୟରେ ପୋଲିସ୍ କର୍ମଚାରୀଙ୍କ ଯେଉଁଭଳି ଦରମା ବଢ଼ୁଛି ସେହିଭଳି ହୋମଗାର୍ଡଙ୍କ ଦରମା ମଧ୍ୟ ବଢ଼ିବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ୱାରା ରାଜ୍ୟର ୧୭ ହଜାର ୭୬୫ ହୋମଗାର୍ଡ ଉପକୃତ ହେବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା