ଆରବ ସାଗରରେ ମିଳିତ ନୌ-ସମରାଭ୍ୟାସ । ଋଷ, ଚୀନ ଓ ଇରାନର ମିଳିତ ନୌସମରାଭ୍ୟାସ । ବେଜିଂ ଓ ତେହେରାନ ମଧ୍ୟରେ ସମ୍ପର୍କ ବଢୁଥିବାବେଳେ ଏହି ନୌସମରାଭ୍ୟାସ ନୂତନ ସମୀକରଣ ସୃଷ୍ଟି କରିଛି । ମାରିନ ସିକ୍ୟୁରିଟି ବେଲ୍ଟ ୨୦୨୩ ଅନୁସାରେ ଇରାନୀୟ ବନ୍ଦର ଚାବାହର ନିକଟରେ ଏହି ସମରାଭ୍ୟାସ ଚାଲିଛି ବୋଲି କହିଛି ଋଷ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଲାଗି ହେଉଥିବା ଏହି ସମରାଭ୍ୟାସରେ ଋଷ ପକ୍ଷରୁ ଆଡମିରାଲ ଗୋର୍ସକୋଭ ଫ୍ରିଗେଟ ଓ ଏକ ମଧ୍ୟମ ଧରଣର ଟ୍ୟାଙ୍କର ବ୍ୟବହୃତ ହେବ । ଆଡମିରାଲ ଗୋର୍ସକୋଭରୁ ଉଭୟ ଦିନ ଓ ରାତିରେ ଗୋଳାବାରୁଦ ଫାୟାରିଂ ହେବ ବୋଲି ସୂଚନା ମିଳିଛି । ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଚୀନ ସହ ଋଷର ସମ୍ପର୍କ ବଢୁଥିବାବେଳେ ଏହି ସମରାଭ୍ୟାସ ପାଶ୍ଚାତ୍ୟ ରାଷ୍ଟ୍ର ଲାଗି ଚିନ୍ତା ସୃଷ୍ଟି କରିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ