The Topmost

“The eyes believe themselves, the ears believe other people.”

ପ୍ରକାଶ ପାଇଲା ନିଟ-ପିଜି ପରୀକ୍ଷା ଫଳ

ପ୍ରକାଶ ପାଇଲା ନିଟ-ପିଜି ପରୀକ୍ଷା ଫଳ । nbe.edu.in ଓ natboard.edu.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଏନେଇ ଘୋଷଣା କରିଛି ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ ଇନ ମେଡିକାଲା ସାଇନ୍ସ ବା NBEMS । ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ମାର୍ଚ୍ଚ ୫ ତାରିଖରେ ମେଡିକାଲ ପ୍ରବେଶିକା ନିଟ-ପିଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମାତ୍ର ୯ଦିନରେ ପରୀକ୍ଷା ଫଳ ପ୍ରକାଶ କରିବାରେ ବୋର୍ଡ ସକ୍ଷମ ହୋଇଛି । ମାର୍ଚ୍ଚ ୨୫ରୁ ଛାତ୍ରଛାତ୍ରୀ ସ୍କୋର କାର୍ଡ ଡାଉନଲୋଡ କରିପାରିବେ ।