The Topmost

“The eyes believe themselves, the ears believe other people.”

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ମନୀଷ ସିସୋଦିଆଙ୍କ ରିମାଣ୍ଡ ଓ ଜାମିନକୁ ନେଇ କୋର୍ଟରେ ଶୁଣାଣି ହୋଇଛି । ଜାମିନ ଆବେଦନ ଉପରେ ମାର୍ଚ୍ଚ ୨୧ରେ ହେବ ଶୁଣାଣି । କୋର୍ଟ ତରଫରୁ ଇଡିର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ ଜାମିନ ଆବେଦନର ଶୁଣାଣି ମାର୍ଚ୍ଚ ୨୧ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ଶୁଣାଣି ବେଳେ ଇଡି ତରଫରୁ ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଆବେଦନ କରିଥିଲେ । ଇଡି ତରଫରୁ ଓକିଲ କହିଥିଲେ ଯେ ଅବକାରୀ ନୀତିରେ ପରିବର୍ତ୍ତନ କରି ମନୀଷ ସିସୋଦିଆ ହୋଲସେଲରଙ୍କୁ ବେଆଇନ ରୋଜଗାର ଦେଇଥିବା କଥା ଅଭିଯୋଗ କରିଥିଲେ । ହେଲେ ଇଡି ଓକିଲଙ୍କ ଏଭଳି ଯୁକ୍ତିକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ ।