କରୋନା ପରେ ଦେଶରେ ଆତଙ୍କ ରଚିଛି H3N2 ଭାଇରସ୍ । ଏହି ଭାଇରସରେ ପ୍ରଥମଥର ଭାରତରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ଓ ହରିଆଣାର ବାସିନ୍ଦା । ଦେଶରେ ପ୍ରଥମ H3N2 ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଦେଶରେ ଏବେସୁଦ୍ଧା ୯୦ H3N2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଟି ଯାକ ଭୂତାଣୁ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଲକ୍ଷ୍ୟଣ କୋଭିଡ ସହ ପ୍ରାୟତଃ ସମାନ । ଆକ୍ରାନ୍ତଙ୍କଠାରେ କଫ, ଜ୍ବର, ଥଣ୍ଡା, ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବା ଆଦି ଲକ୍ଷ୍ୟ ଦେଖାଯାଉଛି । ଦେଶରେ ଗତ ଦୁଇ ମାସ ଧରି ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ H3N2 ବା ହଙ୍ଗକଙ୍ଗ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭଳି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ