The Topmost

“The eyes believe themselves, the ears believe other people.”

ବିଜେପିରେ କମୁଛି ଦବଦବା

ତାମିଲନାଡୁରେ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବିଜେପିକୁ ଝଟକା ପରେ ଝଟକା ଲାଗିଚାଲିଛି । ଦଳର ରାଜ୍ୟ ଆଇଟି ୱିଙ୍ଗ ଅଧ୍ୟକ୍ଷଙ୍କ ସମେତ ୫ ନେତା ଦଳ ଛାଡିଥିଲେ । ଏହାର କିଛି ଦିନ ପରେ ଆଉ ୧୩ ଜଣ ନେତା ଦଳ ଛାଡି ଏଆଇଏଡିଏମକରେ ସାମିଲ ହୋଇଛନ୍ତି । ତୁତିକୋରିନରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏଆଇଏଡିଏମକେ ମୁଖ୍ୟ ଇ ପଲାନିସ୍ୱାମୀଙ୍କ ଉପରେ ମେଣ୍ଟ ସରକାରର ଚୁକ୍ତି ଉଲ୍ଲଘଂନର ଅଭିଯୋଗ ଲଗାଯାଇଛି । ତାଙ୍କ ଫଟୋ ମଧ୍ୟ ଜଳାଇଛନ୍ତି ବିଜେପି କର୍ମକର୍ତ୍ତା । ଶୁଣିବାକୁ ମିଳୁଛି ଯେ ବିଜେପି ଏବଂ ଏଆଇଏଡିଏମକେ ମଧ୍ୟରେ ସମ୍ବନ୍ଧ ସବୁଠାରୁ କଠିନସ୍ଥିତି ଦେଇ ଗତିକରୁଛି ।