The Topmost

“The eyes believe themselves, the ears believe other people.”

ୟୁକ୍ରେନ ଉପରେ ବର୍ଷୁଛି ମିସାଇଲ

ୟୁକ୍ରେନ ଉପରେ ବର୍ଷୁଛି ମିସାଇଲ । ମୁଖ୍ୟ ସହର ଉପରେ ଘନ ଘନ ଆଟାକ କରୁଛି ଋଷ । ଏୟାର ଷ୍ଟ୍ରାଇକ ଯୋଗୁ କିବ୍, ଲିବିବ, ସୁମି ଆଦି ସହର ବ୍ଲାକଆଉଟ ହୋଇଛି। ଅନେକ ସହରରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି। ଋଷ ଏୟାର ଷ୍ଟ୍ରାଇକର ଜବାବ ଦେବାକୁ F-16 ଫାଇଟର ପ୍ଲେନ ଯୋଗାଇବାକୁ ଆମେରିକାକୁ ଅପିଲ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ପୂର୍ବ ୟୁକ୍ରେନର ବାଖମୁଟ ସହରକୁ ଋଷ ସୈନ୍ୟ ସମ୍ପୂର୍ଣ୍ଣ ଅକ୍ତିଆର କରିଛନ୍ତି ବୋଲି ଋଷ ଦାବି କରିଛି । ପୋର୍ଟ ସିଟି ଓଡେସାରେ ବି ମିସାଇଲ ଆଟାକ ଜାରି ରହିଥିବା ବେଳେ ଏନର୍ଜି ସେକ୍ଟର ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ପୁରା ସହର ଧୂଆଁମୟ ହୋଇଛି। ପୋର୍ଟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପୁରା ସହର ବ୍ଲାକଆଉଟ ହୋଇଛି।