The Topmost

“The eyes believe themselves, the ears believe other people.”

ହୋଲିରେ ନିଶା ଖାଇ ମଉଜ କରୁଥୁଲେ ସାବଧାନ

ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିଲେ ସାବଧାନ । ଭୁବନେଶ୍ବରରେ ନଜର ରଖିବ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ୍-୬୦ । ହୋଲି ସମୟରେ ୩୧ଟି ସ୍ଥାନରେ ପିକେଟିଂ କରିବ ପୋଲିସ । ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ହୋଲି ପାଇଁ ନଦୀ ପଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ସବୁ ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ମୁତୟନ ହେବେ । ଏହାସହ ୪ଟି ସ୍ଥାନରେ ଷ୍ଟାଇକିଙ୍ଗ ଫୋର୍ସ ମୁତୟନ ହେବେ । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ । ୪ ଜଣ ଏଡିସିପି ସୁପରଭାଇଜ କରିବେ । ୭ ଏସିପି, ୨୮ ଆଇଆଇସି, ୫୭ ଜଣ ଏସଆଇ, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହୋଲି ଖେଳ ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।