The Topmost

“The eyes believe themselves, the ears believe other people.”

ଇମ୍ରାନଙ୍କ ଜାମିନ ଆବେଦନ ଖାରଜ

ପୁଣି ବଢିଲା ଇମ୍ରାନଙ୍କ ଚିନ୍ତା । ତୋଷଖାନା ମାମଲାରେ ଜାମିନ ବିହୀନ ଗିରଫ ନିଷ୍ପତ୍ତି ବିରୋଧରେ ଇମ୍ରାନ ଦାଖଲ କରିଥିବା ଆବେଦନକୁ ଖାରଜ କରିଲେ ଇସଲାମାବାଦ କୋର୍ଟ । ଆଉ ଏବେ ଏକଥା ଚର୍ଚ୍ଚା ହେଉଛି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯେକୌଣସି ସମୟରେ ଗିରଫ ହୋଇପାରନ୍ତି । ତୋସଖାନା ମାମଲାରେ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଏହା ବିରୋଧରେ ଇମ୍ରାନଙ୍କ ତରଫରୁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା । ମାତ୍ର ଇମ୍ରାନ ଯେମିତି ହେଲେ ବି ହାଜର ହେବେ ବୋଲି ଇମ୍ରାନଙ୍କ ଟିମ ପକ୍ଷରୁ କୁହାଯାଇଛି ।