କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ପ୍ରଚାର ପାଇଁ ସବୁ ଦଳ ତତ୍ପର ହେଉଥିବା ବେଳେ ଆସନ୍ତା ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମାଣ୍ଡ୍ୟ ଏବଂ ହୁବୁଲି-ଧରୱାଡ ଜିଲ୍ଲା ଗସ୍ତରେ ଯିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମାଣ୍ଡ୍ୟ ଜିଲ୍ଲାର ମଦୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ଦିନ ୨ଟା ସୁଦ୍ଧା ହୁବୁଳିରେ ପହଞ୍ଚି ଆଇଆଇଟି ଧରୱାଡର ଉଦଘାଟନ କରିବେ ବୋଲି ସୂଚନା ରହିଛି । ମଦୁରରେ ଏକ ବୃହତ ଜନ ସଭାକୁ ମୋଦି ସମ୍ବୋଧିତ କରିବେ। ଆଗାମୀ ନିର୍ବାଚନରେ ମଦୁର ଅଞ୍ଚଳରେ ବିଜେପି ଅଧିକ ଆସନ ଜିତିବା ଉପରେ ଧ୍ୟାନ ଦେଉଛି । କାରଣ ଏହି ଅଞ୍ଚଳରେ ବିଜେପି ଦୁର୍ବଳ ବୋଲି ବିବେଚନା କରାଯାଉଛି । ମାଣ୍ଡ୍ୟ ଅଞ୍ଚଳରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ ବୋଲି ଯୋଶୀ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସପକ୍ଷରେ ହିଁ ମତ ରହିବ। ଦଳ ଆରାମରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ଜିତିବ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ