ଦୋଳପର୍ବରେ ଲଉଡ଼ି ଖେଳ

ଓଡ଼ିଶାରେ ପାଳିତ ହେଉଥିବା ପର୍ବମାନଙ୍କ ମଧ୍ୟରେ ଏକ ବିଶେଷ ପର୍ବ ହେଉଛି ଦୋଳପର୍ବ। ସାଧାରଣତଃ ଏହି ପର୍ବ ଫାଲଗୁନ ଶୁକ୍ଳଦଶମୀଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ। ଏହାର ଅନ୍ୟନାମ ଦୋଳଯାତ୍ରା। ଏଥିରେ ଦୋଳ ବା ବିମାନରେ ରାଧାକୃଷ୍ଣଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଏ ଏବଂ କୌଣସି ଏକ ନିର୍ଦ୍ଦିଷ୍ଟ ଖୋଲା ସ୍ଥାନରେ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ବିମାନ ମାନ ଏକତ୍ର ହୋଇ ମେଲଣ ହୁଏ। ଏଥିରେ ନାଚଗୀତର ଆୟୋଜନ ହେବା ସହିତ ଫଗୁ ଖେଳ ହୋଇଥାଏ। କଥିତ ଅଛି, ଯେ ଗୋପରେ ଥିଲାବେଳେ ଶ୍ରୀକୃଷ୍ଣ ପ୍ରଥମେ ଗୋପ ବାଳକମାନଙ୍କ ସହିତ ମିଶି ଏହି ଉତ୍ସବ କରିଥିଲେ। ଲଉଡ଼ି ଖେଳର ଏହି ନୃତ୍ୟ ଯେପରି ଆନନ୍ଦଦାୟକ, ସେହିପରି ମନୋମୁଗ୍ଧକର। ଏହାକୁ ଲଉଡ଼ି, ଲହୁଡ଼ି, ନଉଡ଼ି ବା ଗଉଡ଼ ନାଚ କହନ୍ତି। ଏହା ଗୋପାଳ ସଂପ୍ରଦାୟର ଏକ ଶ୍ରେଷ୍ଠ ପର୍ବ। 

SHARE BY