ଆସୁଛି ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବା ଲାଗି ସବୁଠି ଉତ୍ସବର ମାହୋଲ । ଚଳଚଞ୍ଚଳ ହେଲାଣି ହାଟ ବଜାର । ଭଳିକି ଭଳି ରଙ୍ଗରେ ରଙ୍ଗୀନ ହେଉଛି ଦୋକାନ । ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଆର୍ଗାନିକ ରଙ୍ଗ । ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଭିନ୍ନ ଡିଜାଇନର ପିଚକାରୀ ସହ ହୋଲି ଟୋପି । ଚଳିତ ବର୍ଷ ରସାୟନିକ ବଦଳରେ ହର୍ବାଲ ରଙ୍ଗ ପାଲଟିଛି ସମସ୍ତଙ୍କ ପସନ୍ଦ । ସେପଟେ ଦୋଳପର୍ବ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଗୋପାଳ ସମ୍ପ୍ରଦାୟଙ୍କ ଦୋଳ ପୂର୍ଣ୍ଣିମା ସବୁଠାରୁ ବଡ଼ ପର୍ବ ହୋଇଥିବାରୁ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଫଗୁ ଦଶମୀଠାରୁ ପଞ୍ଚୁଦୋଳ ପର୍ଯ୍ୟନ୍ତ ଏହି ଦୋଳ ପର୍ବ ପାଳନ କରାଯାଇଥାଏ । ପରିବାରର ସମସ୍ତ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ବିଶେଷ କରି ଓଡିଶାର ମହାକାଳପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଦୋଳପର୍ବକୁ ଧୁମଧାମରେ ପାଳନ କରାଯାଏ । ଦୋଳଯାତ୍ରାର ଅନ୍ୟତମ ପ୍ରଧାନ ବିଭବ ହେଉଛି ରଙ୍ଗ ଖେଳ। ଦୋଳ ପୂର୍ଣ୍ଣିମାର ପର ଦିନ ରଙ୍ଗର ପର୍ବ ହୋଲି। ଆଧ୍ୟାତ୍ମିକ ଭାରତ ବର୍ଷର ବିଭବକୁ ଦେଖିଲେ ସବୁ ସମ୍ପ୍ରଦାୟ ହୋଲିକୁ ଆନନ୍ଦ ଓ ଭାତୃତ୍ୱର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି।
More Stories
ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ପକ୍କା ଘର ସର୍ଭେ
19 ଜଣ ବୀର ଓଡିଆ ପୁଅଙ୍କୁ ମିଳିବ ପଦକ
ନନ୍ଦନକାନରେ ରେୱା ଦେଲା ଖୁସିଖବର