କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି । ଆଜି କୋରାପୁଟର କାକିରିଗୁମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡରେ ଭୁମିକମ୍ପ ଅନୁଭୁତ ହୋଇଛି । ସୂଚନା ଅନୁଯାୟୀ, ସକାଳ ଭୋର ୫.୫ରେ ଭୂମିକମ୍ପ ଅନୁଭୁତ ହୋଇଥିଲା । ଶୋଇଥିବା ବେଳେ ଘର ଗୁଡିକ ସାମାନ୍ୟ ଦୋହଲିଥିବା ଅନୁଭୁତ ହୋଇଥିବାରୁ ଲୋକ ଭୟଭୀତ ହୋଇପଡିଥିଲେ । ରିକ୍ଟର ସ୍କେଲରେ ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି । ୨ରୁ ୩ ସେକଣ୍ଡ ଧରି ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍