ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଥିବା ଭୂତାଣୁକୁ ନେଇ ସାଂଘାତିକ ରିପୋର୍ଟ ଦେଇଛି FBI ବା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ । ଚୀନ ସରକାରଙ୍କ ଦ୍ବାରା ପରିଚାଳିତ ଉହାନ ଲ୍ୟାବରୁ ହିଁ ଭୂତାଣୁ ପୁରା ବିଶ୍ବକୁ ବ୍ୟାପି ଯାଇଥିବା ରିପୋର୍ଟ ଦେଇଛି FBI । FBIର ନିର୍ଦ୍ଦେଶକ କ୍ରିଷ୍ଟୋଫର ରେ ଏ ନେଇ ସୂଚନା ଦେଇଛନ୍ତି । ଉହାନ ଲ୍ୟାବରୁ ଲିକ ହୋଇଥିବା ଭୂତାଣୁ ପୁରା ବିଶ୍ବରେ ମହାମାରୀ ସୃଷ୍ଟି କରିଥିଲା ବୋଲି କ୍ରିଷ୍ଟୋଫର ଟୁଇଟ କରି କହିଛନ୍ତି । ଚୀନର କୌଣସି ଗବେଷଣାଗାରରୁ ଏହି ମାରାତ୍ମକ ଭୂତାଣୁ ଲିକ୍ ହୋଇ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିଲା ବୋଲି ନୂଆ ଗୁଇନ୍ଦା ତଥ୍ୟ ଆଧାରରେ ରିପୋର୍ଟ କରିଥିଲା ଓ୍ବାଲ ଷ୍ଟ୍ରଟ ଜର୍ନାଲ । ଏହା ସହ ଜୈବ ଗବେଷଣା କରୁଥିବା କିଛି ସ୍ପାଏ ନେଟଓ୍ବର୍କ ତଥ୍ୟକୁ ବି ଆଧାର କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା