ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ । ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ୮ ଘଣ୍ଟାର ଲମ୍ବା ଜେରା ପରେ ତାଙ୍କୁ ଗିରଫ କରିଛି ସିବିଆଇ । ସେପଟେ ଗିରଫ ପ୍ରତିବାଦରେ ଆପ କର୍ମୀମାନେ ହଙ୍ଗାମା କରିଛନ୍ତି । ସୂଚନା ଅନୁଯାୟୀ, ମନୀଷଙ୍କୁ ଜେରା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଚରାଉଚରା କରିଥିଲା ସିବିଆଇ । ସମ୍ପୃକ୍ତ ଅଧିକାରୀ ଜଣକ କହିଥିଲେ- ଅବକାରୀ ନୀତିର ଚିଠା ତିଆରି କରିବାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଭୂମିକା ଥିଲା । ବର୍ତ୍ତମାନ ଲାଗି ସିବିଆଇ ମୁଖ୍ୟାଳୟରେ ସିସୋଦିଆଙ୍କୁ ରଖାଯିବ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେବଳ ସିସୋଦିଆ ନୁହନ୍ତି ଆପର କେତେକ ନେତାଙ୍କୁ ସିବିଆଇ କରିଥିଲା ଟାର୍ଗେଟ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍