The Topmost

“The eyes believe themselves, the ears believe other people.”

ଖାଦ୍ୟ ପରେ ଔଷଧ ଚିନ୍ତା

ଆର୍ଥିକ ସଂକଟ ସହ ଲଢୁଥିବା ପାକିସ୍ତାନ ଜନତାଙ୍କ ଉପରେ ପୁଣି ଏକ ସମସ୍ୟା । ଆତଙ୍କବାଦ ରାସ୍ତାରେ ଚାଲି ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଛି । ୨ଖଣ୍ଡ ରୁଟି ପାଇଁ ସଂଘର୍ଷ କରୁଥିବା ପାକିସ୍ତାନର ଜନତା ଖୁବଶୀଘ୍ର ଔଷଧ ପାଇଁ ସଂଘର୍ଷ ଆରମ୍ଭ କରିବାକୁ ଯାଉଛି । ଅପରେସନ ଥିଏଟର, କ୍ୟାନସର ଓ କିଡନୀ ସହିତ ଜଡିତ ସମ୍ବେଦନଶୀଳ ସର୍ଜରୀ ପାଇଁ ଆବଶ୍ୟକ ହେଉଥିବା ଔଷଧ ମାତ୍ର ୨ ସପ୍ତାହ ମଧ୍ୟରେ ଶେଷ ହେବାକୁ ଯାଉଛି । ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର କମୁଥିବା କାରଣରୁ ଆବଶ୍ୟକ ଔଷଧ ଓ ଔଷଧ ନିର୍ମାଣ ସାମଗ୍ରୀ କିଣିବାରେ ଅସମର୍ଥ ହେଉଛି । ଏହି କାରଣରୁ ସ୍ଥାନୀୟ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଔଷଧ ପ୍ରସ୍ତୁତ କରିବା କମ୍ କରିଦେଇଛନ୍ତି । ସେପଟେ ଔଷଧ ଅଭାବ କାରଣରୁ ଡାକ୍ତରଖାନାରେ ଧିରେ ଧିରେ ଅପରେଶନ କରିବା ବନ୍ଦ କରାଗଲାଣି ।