The Topmost

“The eyes believe themselves, the ears believe other people.”

ଲଗାତାର ମହାନଦୀରେ କମୁଛି ଜଳପ୍ରବାହ

ମହାନଦୀରେ ବିଗତ କିଛି ବର୍ଷରେ ଲଗାତାର କମୁଛି ଜଳପ୍ରବାହ । ଏନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ମହାନଦୀରେ ଜଳପ୍ରବାହକୁ ନେଇ ପ୍ରଶ୍ନ କରିଥିଲେ । ମହାନଦୀର ଉପର ମୁଣ୍ଡରେ ଛତିଶଗଡ ଦ୍ୱାରା କେତୋଟି ବ୍ୟାରେଜ ହୋଇଛି ଓ ଛତିଶଗଡ ସରକାର ମହାନଦୀ ପାଣିକୁ ଅଟକାଉଥିବାରୁ ଓଡ଼ିଶାର ମହାନଦୀର ଜଳପ୍ରବାହ ତିନି ବର୍ଷରେ କେତେ ପରିମାଣ ହ୍ରାସ ପାଇଛି ଏବଂ ସରକାର ମହାନଦୀରେ ଜଳପ୍ରବାହ ବୃଦ୍ଧି ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ସୌଭିକ ପ୍ରଶ୍ନ କରିଥିଲେ । ସୌଭିକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମହାନଦୀର ଉପର ମୁଣ୍ଡରେ ଛତିଶଗଡ ଦ୍ୱାରା ୮ଟି ବ୍ୟାରେଜ ନିର୍ମାଣ କରାଯାଇଛି । ଏହି ସବୁ ବ୍ୟାରେଜ ନିର୍ମାଣ କରି ଛତିଶଗଡ ମହାନଦୀ ପାଣିକୁ ଅଟକାଉଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ଅଣ ମୌସୁମୀ ସମୟରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇ ଆସୁଛି । ବିଗତ ୩ ବର୍ଷରେ ହୀରାକୁଦ ଜଳଭଣ୍ଡାରକୁ ଅଣ ମୌସୁମୀ ସମୟରେ ହାରାହାରି ଜଳ ପ୍ରବାହ ପ୍ରାୟ ୧.୫୯୬ ନିୟୁତ ଏକର ଫୁଟ୍ ରହିଛି ।

SHARE BY