ନବ ଦାସ ହତ୍ୟା ମାମଲାରେ ଖସିପାରିବନି ଅଭିଯୁକ୍ତ ଗୋପାଳ । ପ୍ରମାଣ ଯୋଗାଡ଼ କରିବା ପାଇଁ ଲାଗିପଡିଛି କ୍ରାଇମବ୍ରାଞ୍ଚ । ଏବେ ଗୋପାଳକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନବ ଦାସଙ୍କୁ ଗୋପାଳ କିପରି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା । ହତ୍ୟା କରିବା ପୂର୍ବରୁ ବଡ଼ ଭାଇକୁ ଝାରସୁଗୁଡ଼ାରୁ ପଠାଇଦେଇଥିଲା ଗୋପାଳ । ଏଥିପାଇଁ ହତ୍ୟାକାଣ୍ଡ ପୂର୍ବଦିନ ଏକ ସୁନା ମୁଦି ବିକ୍ରି କରିଥିଲା । ୮ହଜାର ୫୦୦ ଟଙ୍କାରେ ଝାରସୁଗୁଡ଼ାରେ ସୁନା ମୁଦି ବିକ୍ରି କରି ବଡ଼ ଭାଇକୁ ୬ହଜାର ଟଙ୍କା ଦେଇଥିଲା ଏବଂ ୨୯ ତାରିଖ ସକାଳେ ଷ୍ଟେସନରେ ଛାଡ଼ି ଦେଇଥିଲା । ଏହା ସହ ୫ ଶହ ଟଙ୍କାରେ ଏକ ରୂପା ମୁଦି କିଣିଥିଲା ଗୋପାଳ । ଜଣେ ମାନସିକ ରୋଗୀ ମୁଲଚାଲ କରି ମୁଦି ବିକିବା ଓ ପଇସା ଆଣି ହିସାବ କରି ଭାଇକୁ ଦେବା କାମ ଠିକରେ କରିପାରିବ ନାହିଁ । ତେଣୁ ଗୋପାଳ ସୁସ୍ଥ ମସ୍ତିଷ୍କରେ ଗୁଳି କରିଥିବା କୋର୍ଟରେ ଦାବି କରିବ କ୍ରାଇମବ୍ରାଞ୍ଚ ।
“The eyes believe themselves, the ears believe other people.”
More Stories
ମାଛଧରା ବୋଟରେ ହେଉଥିଲା କୋଟିଏ ଟଙ୍କାର ଗୁଆ ଚୋରା ଚାଲାଣ
ଶିଶୁଭବନର ନୂଆ କୋଠା ଲୋକାର୍ପିତ, ବେଡ୍ ସଂଖ୍ୟା 846କୁ ବୃଦ୍ଧି
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ