The Topmost

“The eyes believe themselves, the ears believe other people.”

ପୁଣି ଅଡୁଆରେ ମନୀଷ ସିସୋଦିଆ

ପୁଣି ଅଡୁଆରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀରେ ବିବାଦୀୟ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ପୁଣି ଏକ ନୂଆ ଅଡୁଆ ଦେଖାଦେଇଛି । ଗୃହମନ୍ତ୍ରଣାଳୟ ତରଫରୁ ଫିଡବ୍ୟାକ୍ ୟୁନିଟ ସହାୟତାରେ ଗୁଇନ୍ଦାଗିରି କରିବା ମାମଲାରେ ସିବିଆଇ ତଦନ୍ତକୁ ଅନୁମତି ଦେଇଛନ୍ତି । ସିବିଆଇ ତରଫରୁ କିଛିଦିନ ପୂର୍ବେ ଫିଡବ୍ୟାକ୍ ୟୁନିଟ ମାଧ୍ୟମରେ ଗୁଇନ୍ଦା ଗିରି କରିବା ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଅନୁମତି ମାଗିଥିଲା । ଉପ ରାଜ୍ୟପାଳଙ୍କ ସୁପାରିଶ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ମନୀଷ ସିସୋଦିଆ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ସିବିଆଇ ତଦନ୍ତ କରାଯିବ ।