ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନକୁ ସାମିଲ କରିବା ନେଇ ଫିଟିପାରେ ବାଟ । ଏନେଇ ବେଲଜିୟମ ବ୍ରସଲେସରେ ଅନୁଷ୍ଠିତ ହେବ ଇୟୁ, ନାଟୋ ବୈଠକ । ପ୍ରଥମ ଥର ଲାଗି ଏହି ବୈଠକରେ ସାମିଲ ହେବ ୟୁକ୍ରେନ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଏନେଇ ଇୟୁ ବୈଦେଶିକ ଓ ନିରାପତ୍ତା ନୀତି ମୁଖ୍ୟ ଯୋଶେପ ବୋରେଲ ଓ ନାଟୋ ମହାସଚିବ ଜେନସ୍ ଷ୍ଟଲଟନବର୍ଗଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କୁଲେବା । ବୈଠକରେ ଇୟୁ ଓ ନାଟୋରେ ୟୁକ୍ରେନର ସଦସ୍ୟତା ପ୍ରସଙ୍ଗରେ ହେବ ଆଲୋଚନା । ଗତକାଲି ବିଶ୍ବକୁ ସରପ୍ରାଇଜ ଦେଇ ୟୁକ୍ରେନ ରାଜଧାନୀ କିବ ଗସ୍ତ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ