ଆଇଫୋନ୍ ପାଇଁ ହତ୍ୟାକାଣ୍ଡ

ଯୁବପୀଢୀଙ୍କୁ ଆଇଫୋନ୍ ନିଶା । କିଏ କେଉଁ ଉପାୟରେ ଆଇଫୋନ୍ ଗୋଟେ ଧରିବାକୁ ଚାହୁଁଛି। ଏଥିପାଇଁ ଅନେକ ଅପରାଧ ମଧ୍ୟ ଘଟୁଛି। ଏପରିକି ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି ଯୁବପିଢ଼ି। ଠିକ୍ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆଇଫୋନ୍ ପାଇଁ ଜଣେ ଡେଲିଭରୀ ବୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କର୍ଣ୍ଣାଟକର ଆର୍ସିକେ ସହର ହାସନ ଜିଲ୍ଲାର ୨୦ ବର୍ଷୀୟ ହେମନ୍ତ ଦତ୍ତା ଅନଲାଇନ ସପିଂ ଆପ୍ ଫ୍ଲିପ୍‌କାର୍ଟରୁ ଏକ ସେକେଣ୍ଡ ହ୍ୟାଣ୍ଡ ଆଇଫୋନ୍ ମଗାଇଥିଲେ । ଫେବ୍ରୁଆରୀ ୭ ତାରିଖ ଦିନ ୨୩ ବର୍ଷୀୟ ଅନ୍‌ଲାଇନ୍ ଡେଲିଭରୀ ବୟ ଫୋନ୍ ନେଇ ହେମନ୍ତଙ୍କ ପାଖରେ ପହଞ୍ଚିଥିଲେ। ଫୋନ୍ ହେମନ୍ତ ହାତକୁ ବଢାଇ ତା’ର ଦାମ୍ ୪୬ ହଜାର ପେମେଣ୍ଟ କରିବାକୁ କହି ଗେଟ୍ ପାଖରେ ଅପେକ୍ଷା କରିଥିଲେ ଡେଲିଭରୀ ବୟ। କିଛି ସମୟ ପରେ ହେମନ୍ତ ଡେଲିଭରୀ ବୟକୁ ଘର ଭିରତକୁ ଡାକିଥିଲା ଏବଂ ଘରକୁ ପଶିବା ମାତ୍ରେ ତାଙ୍କୁ ଟଙ୍କା ଦେବା ବଦଳରେ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା ହେମ ନ୍ତ। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବୟ ହେମନ୍ତ ନାଏକର ମୃତ୍ୟୁ ହୋଇଥିଲା ।

SHARE BY