The Topmost

“The eyes believe themselves, the ears believe other people.”

ପ୍ରଶାସନିକ ସମ୍ପର୍କ ପାଲଟିବ ପାରିବାରିକ ସମ୍ପର୍କ

ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରଣା । ଏହା ଉଭୟଙ୍କ ଦ୍ୱିତୀୟ ବିବାହ । ରବିବାର ଉଭୟ ଆଇଏଏସଙ୍କ ନିର୍ବନ୍ଧ ସରିଛି । ଅନନ୍ୟାଙ୍କ ବାସଭବନରେ ପାରମ୍ପରିକ ରୀତିନୀତିରେ  ହୋଇଛି ଏନଗେଜମେଣ୍ଟ ।  ଅନନ୍ୟା ଓ ଚଞ୍ଚଲଙ୍କ ପରିବାର ଏଥିରେ ସାମିଲ ହୋଇଥିଲେ । ଏଥିସହ କିଛି ନିକଟତର ବନ୍ଧୁ ଓ ଅଫିସର ମଧ୍ୟ ଉପସ୍ଥିତ ଥିଲେ । ନିର୍ବନ୍ଧ ସମୟରେ ଉଭୟ ଜିଲ୍ଲାପାଳଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  ଆସନ୍ତ ୩ ମାସ ମଧ୍ୟରେ ଦୁହେଁ ବିବାହ କରିବେ ।