The Topmost

“The eyes believe themselves, the ears believe other people.”

ରାଜ୍ୟଗୁଡ଼ିକୁ ୫୦ ବର୍ଷ ବିନା ସୁଧରେ ଋଣ ବ୍ୟବସ୍ଥା

ଅମୃତ କାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ୍ । ଭୁବନେଶ୍ୱରରେ ବଜେଟ୍ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ୨୦୨୩-୨୪ ବଜେଟ ଅମୃତ କାଳର ପ୍ରଥମ ବଜେଟ୍ । ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ ବ୍ୟୟ ବରାଦ ହୋଇଛି । ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ବିନା ସୁଧରେ ରୁଣ ବ୍ୟବସ୍ଥା କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ୱ ଦିଆଯାଇଛି । ଆବାସ ଯୋଜନା, ହର ଘର ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁ ଫାଇଦା ମିଳିବ । କେନ୍ଦ୍ର ସରକାରଙ୍କ ଡେଭଲପମେଂଟ ଗୋଲର କେନ୍ଦ୍ରରେ ରହିଛି ଏମଏସଏମଇ । ଦେଶର ସବୁ ଅଂଚଳର ବିକାଶକୁ ଗୁରୁତ୍ୱ ଦେଇ ପୂର୍ବରୁ ଆକାଂକ୍ଷୀ ଜିଲ୍ଲା ଆରମ୍ଭ କରାଯାଇଥିଲା । ଚଳିତ ବଜେଟରୁ ଏହାକୁ ପୁନଶ୍ଚ ତୃଣମୂଳ ସ୍ତରକୁ ନେବାକୁ ୫୦୦ ଆକାଂକ୍ଷୀ ବ୍ଲକ ଚିହ୍ନଟ କରାଯାଇଛି ।