ଯାଜପୁରରେ ସ୍ଥାପନ ହେବ ବିଶାଳ ଶିବ ମୂର୍ତ୍ତି । ଏହା ହେବ ଓଡିଶାର ସର୍ବୋଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି । ଯାହାର ଉଚ୍ଚତା ହେବ 123 ଫୁଟ । ରାଉରକେଲାରେ ଥିବା ହନୁମାନ ବାଟିକାରେ 75 ଫୁଟର ହନୁମାନ ମୂର୍ତ୍ତି ଥିବାବେଳେ ଦାମନଯୋଡିରେ 108 ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି । ଯାଜପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ 123 ଫୁଟର ଧ୍ୟାନମଗ୍ନ ଶିବମୂର୍ତ୍ତି ହୋଇଛି । 50 ରୁ 60 ଶ୍ରମିକ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଦିଲ୍ଲୀର ମାତୁରାମ ଆର୍ଟ ନାମକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଛି । ନିର୍ମାଣ ଅଟକଳ ଥିଲା 9କୋଟି 80ଲକ୍ଷ 42ହଜାର ଟଙ୍କା । ତେବେ ମୂର୍ତ୍ତି ସଂପୂର୍ଣ୍ଣ ପାଇଁ 16କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲାଗିବ ବୋଲି ଆକଳନ କରାଯାଇଛି । ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଫେବୃଆରୀ 18 ତାରିଖ ଦିନ ଶିବରାତ୍ରୀରେ ବିଶାଳ ଶିବ ମୂର୍ତ୍ତି ଦର୍ଶନ କରିବେ ଯାଜପୁରବାସୀ ।
“The eyes believe themselves, the ears believe other people.”
More Stories
ଦୂର ହେଲା ପର୍ବ ପର୍ବାଣୀ ଦ୍ବନ୍ଦ୍ବ, ଶ୍ରୀମନ୍ଦିରରେ ହେଲା ପାଞ୍ଜି ସୁଧାର
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..