ସୁପ୍ରିମକୋର୍ଟରେ ୨ ଜଣ ନୂଆ ବିଚାରପତି ରାଜେଶ ବିନ୍ଦଲ୍ ଓ ଅରବିନ୍ଦ କୁମାର ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କ ଶପଥ ଗ୍ରହଣ ସହ ସୁପ୍ରିମକୋର୍ଟରେ ବିଚାରପତି ଆସନ ପୂର୍ଣ୍ଣ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ଟି ବିଚାରପତି ଆସନ ରହିଛି । ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ସୁପ୍ରିମକୋର୍ଟକୁ ପଦୋନ୍ନତି ହେବା ପୂର୍ବରୁ ବିନ୍ଦଲ୍ ଆହଲ୍ଲାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିବା ବେଳେ ଅରବିନ୍ଦ କୁମାର ଗୁଜରାଟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ। ୯ ମାସର ବ୍ୟବଧାନ ପରେ ସୁପ୍ରିମକୋର୍ଟରେ ଧାର୍ଯ୍ୟ ବିଚାରପତିଙ୍କ ସଂଖ୍ୟ ପୂର୍ଣ୍ଣ ହୋଇଛି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ